ବରଗଡଜିଲ୍ଲା ଜୀରାନଦୀ ର ବାମ ପାଶ୍ୱର୍ରେ ଅବସ୍ଥିତ । ଜାତୀୟ ରାଜପଥ ୬ ବରଗଡଜିଲ୍ଲା ତଥା ସହରରେ ଗୌରବ ବୃଦ୍ଧିକରିଆସୁଛି । ବରଗଡର ପ୍ରକୃତ ପ୍ରାଚୀନ ନାମହେଉଛି “ବଘାରକେଟା” ଯାହା ୧୧ଶତାଦ୍ଧୀର ଶିଳାଲେଖରୁ ଜଣାଯାଏ । ବଳରାମ ଦେବଙ୍କ ସମୟରୁ ଏହା ବରଗଡ ଭାବରେ ନାମିତ ହୋଇଛି । ବରଗଡଜିଲ୍ଲାର ଏକ ବିଶିଷ୍ଟ ଭୂଖଣ୍ଡ ହେଉଛି ବୋଡାସମ୍ବର,ଯାହା ବୋଡାସମ୍ବର ଜମିଦାରର ସଦର ମହକୁମା ଭାବରେ ଗଢିଉଠିଥିଲା । ଏହା ମଧ୍ୟ ୨୧୭୮ ବର୍ଗ କିଲୋମିଟର ବିଶିଷ୍ଟ ଏକ ବିଶାଳ ଭୂଖଣ୍ଡ  ।