ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଯନ୍ତ୍ରଣା  ଯର୍ଜରିତ ଲୋକମାନଙ୍କୁ ଯନ୍ତ୍ରଣାରୁ ଉଦ୍ଧାର କରିବାକୁ  ଧରାବତରଣ କରିଥିଲେ । ମହାନ ମହାଭାରତ ଯୁଦ୍ଧକ୍ଷେତ୍ରରେ ସେ ନିଜେ ଘୋଷଣା କରିଛନ୍ତି – ଅସାଧୁ, ଦୁଷ୍ଟ ତଥା ଦୁଷ୍କୃତ ମାନଙ୍କୁ ଦଣ୍ଡିତ କରି ସେମାନଙ୍କ ଅତ୍ୟାଚାରରୁ ସାଧୁ, ସନ୍ଥ ଓ ନୀତିନିଷ୍ଠ ମାନଙ୍କ ସଂରକ୍ଷଣ ଏବଂ ପୃଥିବୀରେ ଧର୍ମ,ଈଶ୍ୱରବିଶ୍ୱାସ ଓ ଦେବୋପମ ଗୁଣରାଜିର ସଂସ୍ଥାପନ ନିମିତ୍ତ ସେ ଧରାଧାମରେ ଅବତାର ଗ୍ରହଣ କରିଥିଲେ । ଯୁଗଯୁଗ ଧରି ଭାରତୀୟ ସଭ୍ୟତାରେ ଭଗବାନ ଶ୍ରୀକୃଷ୍ଣଙ୍କ ସଂପର୍କରେ ଅକଳନୀୟ କିମ୍ବଦନ୍ତୀ, ପୌରାଣିକ ଉପାଖ୍ୟାନ, ଆଲୌକିକତା ତଥା ଭକ୍ତିର ପରାକାଷ୍ଠା ଜନମାନସକୁ ପ୍ରଭାବିତ କରି ଆସିଅଛି ।

ପୁରାଣ ଅନୁସାରେ ସାଗର ମନ୍ଥନ ସମୟରେ ଦେବାସୁର ସଂଗ୍ରାମ ସଂଘଟିତ ହେଲା । କାଳନେମୀ ବିିଷ୍ଣୁଙ୍କ ସହ ଯୁଦ୍ଧକରି ଯୁଦ୍ଧଭୁମିରେ ମୃତ୍ୟୁବରଣ କଲା । ରାକ୍ଷସମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ମନ୍ତ୍ରବଳରେ ତାକୁ ପୁଣି ବଞ୍ଚାଇ ଦେଲେ । ପ୍ରତିରୋଧପରାୟଣ ହୋଇ ସେ ଘୋର ତପସ୍ୟା କଲା । ଶହେ ବର୍ଷପରେ ବ୍ରହ୍ମା ତା’ଉପରେ ସନ୍ତୁଷ୍ଟ ହୋଇ ସେ କେବେ କୌଣସି ଦେବତା ଏବଂ ସ୍ୱତନ୍ତ୍ରଭାବରେ ବିିଷ୍ଣୁଙ୍କ ହାତରେ ମରିବନାହିିଁ ବୋଲି ତାଙ୍କୁ ବର ପ୍ରଦାନ କଲେ । ଦୁର୍ମିଳ ରାକ୍ଷସଦ୍ୱାରା ଧର୍ଷିିତା ଉଗ୍ରସେନଙ୍କ ପତ୍ନୀ ଇନ୍ଦୁମତୀଙ୍କ ଗର୍ଭରୁ କାଳକ୍ରମେ  କାଳନୈମି ଜନ୍ମଗ୍ରହଣ କଲା । ସେ ନାମିତ ହେଲା କଂସ ନାମରେ । ଉଗ୍ରସେନଙ୍କ ନଅଟି ପୁତ୍ର ଓ ପାଞ୍ଚଟି କନ୍ୟା ଭିତରୁ କଂସ ଜ୍ୟେଷ୍ଠ  ସନ୍ତାନ । ଉଗ୍ରସେନଙ୍କ ପିତା ରାଜା ଆହୁକ ଓ ମାତାରାଣୀ କସ୍ୟା ଓ ଅନୁଜ ଦେବକ ।  ଦେବକଙ୍କ ଚାରି ପୁତ୍ର ଓ ସାତ ପୁତ୍ରୀ  । ତନ୍ମଧ୍ୟରୁ ଦେବକୀ ଅନ୍ୟତମ । କଂସ ଏକ ମହାନ  ମଲ୍ଲଯୋଦ୍ଧା । ଏକଦା ସେ ମଗଧରାଜ ଜରାସନ୍ଧଙ୍କ ଦୁର୍ଦ୍ଦଷ ହସ୍ତୀ କୁବଳୟା  ହସ୍ତୀର ଶୁଣ୍ଢଧରି ସଂମ୍ପୁର୍ଣ୍ଣ  ନିୟନ୍ତ୍ରଣ କଲା । ଜରାସନ୍ଧଙ୍କ କଂସର ଶକ୍ତିରେ ସନ୍ତୋଷ ପ୍ରକାଶ କରି ନିଜର କନ୍ୟା  ହେତୀ ଓ ପ୍ରହେତୀକୁ କଂସସହ ବିବାହ କରିଦେଲେ ।

କଂସ ନିଜର ବନ୍ଧୁ ଦେବମିଧ ଓ ମହିଷାଙ୍କ  ପୁତ୍ର ବସୁଦେବଙ୍କ ସହ ଭଉଣୀ ଦେବକୀଙ୍କୁ ବୀବାହ କରାଇଥିଲେ । ଉତ୍ସବରେ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହେଲା । ଅନ୍ୟ ଯାଦବମାନଙ୍କ ସହ କଂସ ଏଥିରେ ଘନିଷ୍ଟଭାବରେ ସଂପୃକ୍ତ ଥିଲେ । ଏହି ସମୟରେ ସେ ଏକ ଦୈବବାଣୀ ଶୁଣିଲେ ଯେ, ଏହି ନବ ଦଂପତିଙ୍କ ଅଷ୍ଟମ ପୁତ୍ର ସନ୍ତାନ ହାତରେ ତା’ର ମୃତ୍ୟୁ ହେବ । ତତ୍କ୍ଷଣାତ୍ ସେ ଦଂପତୀଙ୍କୁ କାରାରୁଦ୍ଧ କରି ନିଜେ ମଥୁୁରା  ସିଂହାସନ ଅକ୍ତିଆର କଲେ । ସେ ଖ୍ୟାତ ହେଲେ ମଥୁୁରା ଦୈତ୍ୟ ସମ୍ରାଟ କଂସ ନାମରେ । ଯାଦବ ରୂୂପେ ପରିଚିତ ହେବା ପାଇଁ ତାଙ୍କ ପ୍ରାୟ ଅନୁରାଗ ନଥିଲା । ନିଜକୁ ଅଧିକରୁ ଅଧିକତର ନିରାପଦ ରଖିବା ପାଇଁ ସେ ଯୋଜନା ପରେ ଯୋଜନାର ଆୟୋଜନ କଲେ । ପ୍ରଥମତଃ ଦେବକୀ ବସୁଦେବଙ୍କ  କ୍ରମାନୁଯାୟୀ  ନବଜନ୍ମିତ ୫ ସନ୍ତାନମାନଙ୍କୁ  ଶିଳାରେ କଚାଡ଼ି ହତ୍ୟା କଲେ । ସପ୍ତମଗର୍ଭ ଦେବକୀଙ୍କ ମନରେ ଟିକିିଏ ଆଶା ସଞ୍ଚାର କଲା । ଯୋଗମାୟା ଦେବକୀଙ୍କ ଗର୍ଭସ୍ଥ ସନ୍ତାନକୁୁ ନେଇ ଗୋପନଗରୀର ରାଜା ନନ୍ଦଙ୍କ ଗୃହରେ ରହୁୁଥିବା ବସୁଦେବଙ୍କ ଅନ୍ୟପତ୍ନୀ ରୋହୀଣୀଙ୍କ ଗର୍ଭରେ ପ୍ରତ୍ୟାରୋପଣ କଲେ । ଏହାର ଷଷ୍ଠ ଦିବସରେ ତାଙ୍କ ଗର୍ଭରୁ ଜନ୍ମ ନେଲା ସୌନ୍ଦର୍ଯ୍ୟ ତଥା ଶକ୍ତି ବିମଣ୍ଡିତ ଏକ ପୁତ୍ରସନ୍ତାନ । ସେ ହୋଇଛନ୍ତି-ସର୍ପରାଜ ଶେଷଦେବଙ୍କ ଅନନ୍ତଙ୍କ ସାକ୍ଷାତ ଅବତାର, କୃଷ୍ଣଙ୍କ ଜ୍ୟେଷ୍ଠଭ୍ରାତା ବଳରାମ ବା ବଳଭଦ୍ର ରୂପେ ନାମିିତ ହେଲେ । ପରିଶେଷରେ ଦେବକୀଙ୍କ ଅଷ୍ଟମ ଗର୍ଭକୁ ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ମଧ୍ୟରାତ୍ର ରୋହୀଣୀନକ୍ଷତ୍ର ବୃଷ ଲଗ୍ନରେ ଜନ୍ମଦେବକୁ ପଡ଼ିଲା । ସମଗ୍ର ବିିଶ୍ୱ ଘନାନ୍ଧକାର ଭିତରେ ନିମଗ୍ନ ଥିଲା । ଏକ ମାନବଶିଶୁରୂପେ ଭଗବାନ ଶ୍ରୀକୃଷ୍ଣ ଅବତୀର୍ଣ୍ଣ ହୋଇ କ୍ଲେଶ ପ୍ରପୀଡ଼ିତ ଜନସମୂହର ଚକ୍ଷୁରେ ଉଜ୍ଜ୍ୱଳ ଆଶା ସଦୃଶ ପ୍ରତିଭାତ ହେଲେ । ପିତୃଦେବ ବାସୁଦେବ ଏହି ଅନନ୍ତ ଚିରନ୍ତନ  ସ୍ୱାମୀଙ୍କୁ ଚିହ୍ନିପାରି ପ୍ରାର୍ଥନା କଲେ । କୃଷ୍ଣ ଜନ୍ମଦାତାଙ୍କୁ  ଆଶୀର୍ବାଦକଲେ  ଓ ଅତିଶୀଘ୍ର ଗୋପପୁରକୁୁ ଯାଇ ନନ୍ଦ ଓ ଯଶୋଦାଙ୍କ ସଦ୍ୟଜାତ କନ୍ୟାଶିଶୁକୁ ବଦଳାଇ ଆଣିିବା ପାଇଁ ଅନୁରୋଧ କଲେ ।

କୃଷ୍ଣମାୟାରେ କାରାଗାରର ଆରକ୍ଷୀବୃନ୍ଦ ଘୋର ନିଦ୍ରାରେ ନିଦ୍ରିତ ହେଲେ । ଦେବକୀ ବସୁଦେବଙ୍କ ଶରୀରରୁ ଶୃଂଖଳ ଆପେ ଆପେ ଛିଣ୍ଡିପଡ଼ିଲା । ବସୁଦେବ ଶିଶୁକୃଷ୍ଣଙ୍କୁ ମସ୍ତକରେ ଧାରଣକରି ବନ୍ଦୀଗୃହରୁ ବହିର୍ଗତ ହେଲେ । ଘନତମସାଚ୍ଛନ୍ନ ରାତ୍ରି,ମୂଷଳ ଧାରାରେ ବୃଷ୍ଟିପାତ, ବିଦ୍ୟୁତ୍ ପ୍ରଭାଲୋକିତ ସୃଷ୍ଟି, ମେଘମାଳାର ବଜ୍ରଘୋଷ ବିଭୀଷିକାପୂର୍ଣ୍ଣ ରାତ୍ରି ସୃଷ୍ଟି କରୁଥିବା ବେଲେ ବସୁଦେବଙ୍କ ଦୃଷ୍ଟିରେ ଏକ ସମୁଜ୍ଜ୍ୱଳ ପ୍ରଭାତଭଳି ଚତୁର୍ଦ୍ଦିଗ ସ୍ୱଷ୍ଟ ପ୍ରତିଭାତ ହେଉଥାଏ । ସ୍ୱାଲୋକୋଜ୍ଜଳିତ ସହସ୍ରବାହୁ ସର୍ପରାଜ ଅନନ୍ତ ତାଙ୍କ ବିଶାଳ ଫଣା ବିିସ୍ତାର  ପୂର୍ବକ ଏକ ବିତାନ ସଦୃଶ ବସୁଦେବ ତଥା ବାସୁଦେବଙ୍କୁ ପ୍ରାକୃତିକ ପ୍ରାଦୁର୍ଭାବରୁ ରକ୍ଷାକରି ଅନୁଗମନ  କରୁଥାଏ । ଏହି ସମୟରେ  ଯଶୋଦାଙ୍କ ଗର୍ଭରୁ ସଦ୍ୟଜାତକନ୍ୟା ଯୋଗମାୟା ନିଜେ ସ୍ୱକୀୟ ମାୟାବଳରେ ସମଗ୍ର ଗୋପପୁରବାସୀଙ୍କୁ ନିଦ୍ରିତ କରିଥାନ୍ତି । ବନ୍ୟାପ୍ଲାବିିତ ଯମୁନା ଅତିକ୍ରମ କରି ଯଶୋଦାଙ୍କ  ପ୍ରସୂତିକକ୍ଷକୁୁ ପ୍ରବେଶକରିିବା ପୂର୍ବକ ଶିଶୁପୁତ୍ରର ବଦଳରେ ବିଜୁଳିକନ୍ୟା (ଯୋଗମାୟା)ଙ୍କୁ ଧରି ଫେରିିଆସିଲେ ଓ ବନ୍ଦୀଗୃହସ୍ଥ ଦେବକୀଙ୍କ କୋଳରେ, ଶୁଆଇଦେଲେ । ଦେବକୀଙ୍କ ଅଷ୍ଟମ ସନ୍ତାନ ଜନ୍ମବାର୍ତ୍ତା ବନ୍ୟାଗ୍ନିତୁଲ୍ୟ ମଥୁରା ନଗରରେ ବ୍ୟାପ୍ତ ହେଲା । ମଥୁରାଧିପତି କଂସ ବୀରଦର୍ପରେ ବନ୍ଦୀଶାଳାପ୍ରସୂତିକକ୍ଷକୁ ପ୍ରବେଶ କଲେ, ସେ ହେଲେ ହତଚକିତ ଯେ ଏକ ଶିଶୁକନ୍ୟା ହେବ ପ୍ରବଳପ୍ରତାପୀ କଂସଙ୍କ ହତ୍ୟାକାରୀ! ସ୍ତମ୍ଭୀଭୁତ ହେଲେ! କିନ୍ତୁ ପୁଅ ହେଉ ବା ଝିଅ ଦେବକୀଙ୍କ ଅଷ୍ଟମଗର୍ଭସନ୍ତାନ ହେବ ତାଙ୍କ ହତ୍ୟାକାରୀ । ବିଧିର ବିଧାନ ଆନ ହୋଇପାରିବ ନାହିଁ । ଭଉଣୀ ଦେବକୀଙ୍କ ହସ୍ତରୁ ଝିଙ୍କିଆଣି ଶିଶୁକନ୍ୟାକୁ ବଧ୍ୟଶିଳାରେ କଚାଡ଼ିଦେଲେ  କିନ୍ତୁ ଏ କ’ଣ ? ଆଖିପିଛୁଳାକେ ଶିଶୁଟି କ୍ରୁର କଂସହସ୍ତରୁ ଖସି ଯାଇ ଲୀନ ହେଲା ମହାକାଶ ଗର୍ଭରେ ।  ସଂଗେ ସଂଗେ ବଜ୍ରଘୋଷରେ ନିନାଦିତ ହେଲା -ରେ କଂସ, ନିଷ୍ପାପ ଶିଶୁ, କନ୍ୟାକୁ ହତ୍ୟାକରି ମାଆ ଦେବକୀଙ୍କୁ ଅଯଥା ଯନ୍ତ୍ରଣା । ତୋର ପ୍ରକୃତ ହତ୍ୟାକାରୀ ଗୋପପୁରରେ ଅବତୀର୍ଣ୍ଣ ହେଲେନି । ଦ୍ୱନ୍ଦଗ୍ରସ୍ତ  ହେଲା କଂସ କିପରି ହତ୍ୟାକରିିବ! ଗୋପପୁରରେ ନିର୍ଦ୍ଦିଷ୍ଟ ସଦ୍ୟଜାତ ଶିଶୁପୁତ୍ରକୁ ? ରାଜାବେଶରେ ପୁତନା ସ୍ତନରେ ମରଣାନ୍ତକ ବିଷ ଭରି ଏକ ସୁନ୍ଦରୀ ନାରୀବେଶରେ ଗୋପପୁରରେ ଘରକୁ ଘର କୋଣ ଅନୁକୋଣ ଘୁରି ବୁଲିଲା । ତା’ର ମନଗଢ଼ା ଗପ ସର୍ବତ୍ର ପ୍ରଚାରିତ ହେଲା । ସେ ସଦ୍ୟ ମୃତବତ୍ସା । ସଞ୍ôଚତ ସ୍ତନ୍ୟଭାରରେ ସେ ଭୀଷଣ ଭାବରେ ଯନ୍ତ୍ରିତା । ସ୍ତନ୍ୟପାୟୀ କୌଣସି ଶିଶୁକୁ ସ୍ତନ୍ୟପାନ କରାଇ ଯନ୍ତ୍ରଣାରୁ ମୁକ୍ତିଲାଭ  କରିବ । ବୃଦ୍ଧାବସ୍ଥାର ପୁତ୍ରଲାଭକରଆନନ୍ଦୋଲ୍ଲସିତ ରାଜା ନନ୍ଦ । ବ୍ରାହ୍ମଣ  ତଥା ରଷିମାନଙ୍କୁ ନିମନ୍ତ୍ରଣ କରି ଜାତକର୍ମ ସଂସ୍କାର ସଂଗେ ଜନ୍ମୋତ୍ସବରେ ଆୟୋଜନ କରାଇଲେ । ନଗରରେ ଗୃହ,ମାର୍ଗ,ଗୋଶାଳା ଓ ବିଭିନ୍ନ ଦ୍ୱାରା ସଜ୍ଜିତ କରିବାକୁ ଆଦେଶ ଦେଲେ । ବ୍ରାହ୍ମଣ,ରଷି ଓ ଦରିଦ୍ର ଭିିକ୍ଷୁୁ ଆଦିଙ୍କୁ ଦାନ ଦେଇ ଆପ୍ୟାୟିତ କଲେ । ନୃତ୍ୟଗୀତରେ ଉଛୁଳି ଉଠିଲା ସମଗ୍ର ନଗର । ମହା ସମାରୋହରେ ପାଳିତ ହେଲା ଜନ୍ମୋତ୍ସବ । ସମସ୍ତେ  କାମନା କଲେ ଶିଶୁପୁତ୍ରର ଉଜ୍ଜ୍ୱଳ ଭବିିଷ୍ୟତ ।

ପୁତନା ଗୋପକୁ ଯିବା ବାଟରେ ବହୁସଂଖ୍ୟକ ଶିଶୁଙ୍କୁ ବିଷସ୍ତନ୍ୟ ପିଆଇ ମାରିଲା । ପରିଶେଷରେ ଗୋପ ପହଞ୍ôଚ ସଦ୍ୟଜାତଶିଶୁ ଅନ୍ୱେଷଣରେ  ନଗରସାରା ପରିକ୍ରମା  କଲା । ରୋହିଣୀ ଓ ଯଶୋଦା ପୁତନାର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ ଶିଶୁପୁତ୍ରକୁୁ ତା’ର କୋଳରେ ଅର୍ପଣ କଲେ । ରାକ୍ଷସୀ ବିଷପ୍ରଲେପିତ ସ୍ତନକୁ ଶିଶୁଟିର ତୁଣ୍ଡରେ ଭରିଲା । କିନ୍ତୁ ବିଶ୍ୱେଶ୍ୱର ଅନ୍ତର୍ଯ୍ୟମୀ କୃଷ୍ଣ କ୍ଷୀରସହ ପୁତନାର ପ୍ରାଣକୁ ଶୋଷଣ କଲେ । ଯନ୍ତ୍ରଣାକ୍ଳିଷ୍ଟ ପୁତନା ଶିଶୁଟିକୁ ଧରି ଦୌଡ଼ିଲା ଓ ଶେଷରେ ସ୍ୱରୁପଧାରଣ କରି ମୃତ୍ୟୁବରଣ କଲା । 

ପୁତନାର ମୃତ୍ୟୁସମ୍ବାଦ ଶ୍ରବଣକରି କଂସ ବିସ୍ମିତ ତଥା ଚିନ୍ତିତ ହେଲା । ଘଟଣାଟି ତା’ପାଇଁ ବିଶ୍ୱାସଯୋଗ୍ୟ ହୋଇ ପାରିଲା ନାହିଁ । କୃଷ୍ଣଙ୍କୁ ହତ୍ୟାକରିବା ପାଇଁ ସେ  ରାକ୍ଷସମାନଙ୍କୁ କ୍ରମାନୁଯାୟୀ ପଠାଇଲା । ଦିନକର ଘଟଣା । ଯଶୋଦା କୃଷ୍ଣଙ୍କୁ ଦୋଳିରେ ବସାଇ ଦୋଳିଟିକୁ ଗୋଟିଏ ଶଗଡ଼ରେ  ଝୁଲାଇଦେଲେ । କୃଷ୍ଣ ଜୋର୍ରେ କାନ୍ଦିଲେ ମଧ୍ୟ କର୍ମବ୍ୟସ୍ଥା ଯଶୋଦା ଜାଣିିପାରିିଲେ ନାହିଁ । ଠିକ୍ ଏହି ସସୟରେ କଂସପ୍ରେରିତ ଶକଟାସୁୁର ସୁୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନକରି ଗୋପନରେ ଶକଟୋପରି ବସିପଡ଼ିଲା କିନ୍ତୁ ସର୍ବଦ୍ରଷ୍ଟା ଭଗବାନ କୃଷ୍ଣଙ୍କୁ କେଉଁକଥା ଅଜଣା ? ସେ ଟିକିଏ ହସିଦେଇ ଶକଟାକୁ ପାଦରେ ଠେଲିିଦେଲେ । ଶକଟଟି ଓଲଟିପଡ଼ି ରାକ୍ଷସର ମୃତ୍ୟୁଘଟାଇ ଖଣ୍ଡ ଖଣ୍ଡ ହେଲା । ଅନ୍ୟ ଏକ ଦିନ ଯଶୋଦା କୃଷ୍ଣଙ୍କୁ  ତଳେ ବସାଇ ଦେଇଥାନ୍ତି । ସଂଗେ ସଂଗେ ତ୍ରିଣାବର୍ତ୍ତାସୁର ଶିଶୁଟିକୁ କାନ୍ଧରେ ବସାଇ ହଠାତ ଆକାଶରେ ଅଦୃଶ୍ୟ ହୋଇଗଲା । କୃଷ୍ଣ ବିଶାଳପର୍ବତାପମ  ଗୁରୁତର ହୋଇ ରାକ୍ଷସକୁୁ ମାଟିରେ ଚାପିଦେଲେ । ଶେଷରେ ତାର ଶରୀର ବିଖଣ୍ଡିତ ହୋଇ ଚାରିପାଖରେ ବିକ୍ଷିପ୍ତ ହେଲା । 

ଜ୍ୟେଷ୍ଠଭାଇ ବଳରାମଙ୍କ  ସହ ଶ୍ରୀକୃଷ୍ଣ କେବଳ ବଳଶାଳୀ ଥିଲେ ତାହା ନୁହେଁ ବରଂ ଆହୁରିମଧ୍ୟ ଦୁହେଁ ଦୁୁଷ୍ଟ ଓ କଳହପ୍ରିୟ ଚଗଲା ଥିଲେ । ଭାତୃଦ୍ୱୟ ଅନ୍ୟସାଂଗମାନଙ୍କ ସହ ଅନ୍ୟମାନଙ୍କ ଘରୁ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟରାଜି ଲୁଚାଇ ଚୋରି କରୁଥିଲେ । ଗୋପପୁରରେ ପ୍ରତ୍ୟେକଙ୍କପାଇଁ ସେ ଥିଲେ ଅତିପ୍ରିୟ । କିନ୍ତୁ ଗୋପପତି ନନ୍ଦସୁତ ହିସାବରେ ଏହି ଦୁୁଷ୍ଟାମି ଠିିକ୍ ନଥିଲା । ପ୍ରତ୍ୟେକ ତାଙ୍କ ଏହି ଗର୍ହିତ କାର୍ଯ୍ୟକୁ ଯଶୋଦାଙ୍କ ଆଗରେ ଅଭିଯୋଗ କରୁଥିଲେ ଏବଂ ଯଶୋଦାରାଣୀ ପ୍ରିୟପୁତ୍ରକୁୁ ଦଣ୍ଡଦେବାକୁ ବାଧ୍ୟ ହେଉଥିଲେ । ଥରେ  ବିଭିନ୍ନ ଗଉଡ଼ୁୁଣୀମାନଙ୍କଠାରୁ କୃଷ୍ଣଙ୍କ ନାମରେ ଗୁଡ଼ାଏ ଅଭିଯୋଗ ଶୁଶି ଯଶୋଦା କୃଷ୍ଣଙ୍କୁ ଏକ ଜାଆଁଳା ଅର୍ଜୁନ ବୃକ୍ଷରେ ବାନ୍ଧିଦେଲେ । କୃଷ୍ଣ ପାଦରେ ସ୍ପର୍ଶ କରିବାକ୍ଷଣି ବୃକ୍ଷଦ୍ୱୟ ଉପୁଡ଼ି ଧରାଶାୟୀ ହେଲେ । ସେମାନଙ୍କ ପତନଜନିତ ମେଘଗର୍ଜନତୁଲ୍ୟ  ଗର୍ଜନ ଗୋପପୁରକୁୁ ପ୍ରକଂପିତ କଲା । ନନ୍ଦକୁବେର ଓ ମଣିିଗ୍ରୀବ ନାମଧେୟ ରାକ୍ଷସଦ୍ୱୟ ବୃକ୍ଷଭିିତରୁ ନିର୍ଗତ ହୋଇ କୃଷ୍ଣଙ୍କ ପାଦପଦ୍ମରେ ମସ୍ତକ ଅବନତକରି ସ୍ୱର୍ଗକୁ ଗମନକଲେ ।

ଆଉ ଥରକର ଘଟଣା । କୃଷ୍ଣ ଓ ବଳରାମ ଭାତୃଦ୍ୱୟ ଅନ୍ୟ ଗାୟାଳପିଲାମାନଙ୍କୁ ସଂଗରେ ନେଇ କାଳିନ୍ଦୀତଟ ଅରଣ୍ୟରେ ଗାଈଚରାଇବା ପାଇଁ ଯାଉଥିଲେ । ହଠାତ୍ ବନାଗ୍ନି ପ୍ରଜ୍ଜ୍ୱଳିତ ହୋଇ ଗାୟାଳ ଓ ଗୋରୁମାନଙ୍କୁ ଗ୍ରାସ କରିିିବାକୁ ଲାଗିିଲା । ସାହାଯ୍ୟପାଇଁ ସେମାନଙ୍କ କରୁଣ ରୋଦନ ଶ୍ରବଣକରି କୃଷ୍ଣ ସଂଗେ ସଂଗେ ବାହାରିପଡ଼ିଲେ । ସେ ସ୍ୱର୍ଗୀର‌୍ୟ ଶକ୍ତି ପ୍ରୟୋଗକରି ବନାଗ୍ନି ଶିଖାକୁ ଦମନ କଲେ । ସେମାନେ ସମସ୍ତେ ବିପଦରୁ ରକ୍ଷାପାଇଲେ । ଆଉ ଏକ ଘଟଣାରେ ସୂର୍ଯ୍ୟେଦୟ ପୂର୍ବରୁ ପ୍ରଭୁୁଙ୍କ ବଂଶୀସ୍ୱର ଶ୍ରବଣକରିି ଗୋରୁଗାଈମାନେ ଆରଣ୍ୟ ଅଭିମୁୁଖେ ତାଙ୍କୁ ଅନୁୁସରଣ କଲେ । ଗୋପରେ ସମସ୍ତେ ନିଦ୍ରିତଥିବାରୁ ଗାୟାଳଟୋକାମାନେ ଘରୁ କିଛି ଖାଦ୍ୟ ଆଣିପାରି ନଥଲେ । ମଧ୍ୟାହ୍ନରେ ସଭିଏଁ କ୍ଷୁଧାକ୍ରାନ୍ତ ହୋଇ କୃଷ୍ଣଙ୍କୁ ଖାଦ୍ୟ ମାଗିଲେ । କୃଷ୍ଣ ସେମାନଙ୍କୁ ଅରଣ୍ୟବାସୀ ଋଷି ଅଙ୍ଗିରସଙ୍କ ପାଖକୁ ଖାଦ୍ୟଭିକ୍ଷାପାଇଁ ପଠାଇଲେ । ଋଷି ଅନ୍ୟମାନଙ୍କ ସହ ଯଜ୍ଞକାର୍ଯ୍ୟରେ ବ୍ୟସ୍ତଥିବାରୁ ସେମାନଙ୍କ କଥାକୁ ଶ୍ରବଣ କଲେନାହିଁ । ପୁନର୍ବାର କୃଷ୍ଣ ସେମାନଙ୍କୁ ଋଷିପତ୍ନୀଙ୍କ ସମୀପକୁୁ ପଠାଇଲେ । ଋଷିପତ୍ନୀ ଓ ବ୍ରାହ୍ମଣମାନେ କୃଷ୍ଣଙ୍କ ପାଖକୁୁ ପ୍ରଚୁର ସୁସ୍ୱାଦୁ ଖାଦ୍ୟ ଧରିଆସିଲେ ଓ ସେମାନେ ସସସ୍ତେ ଖାଦ୍ୟଗ୍ରହଣ କରି ତୃପ୍ତ ହେଲେ । ବ୍ରହ୍ମଣମାନେ  କୃଷ୍ଣଙ୍କ ସହ ରହିବାକୁ ଚାହିଁଲେ  କିନ୍ତୁ କୃଷ୍ଣ ସେମାନଙ୍କୁ ଗୃହକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେବାରୁ ସେମାନେ କୃଷ୍ଣଙ୍କୁ ଭକ୍ତିର ସହ ପ୍ରଣାମକରି ଫେରିଗଲେ ।

ବର୍ତ୍ତମାନ କୃଷ୍ଣ ଓ ବଳରାମ ବଡ ହେଲେ ଓ ଗାଇଗୋରୁ ଚରାଇବାକୁ ବୃନ୍ଦାବନ ଗଲେ । କାଳିନ୍ଦୀନଦୀର ବାଲୁକାପୂର୍ଣ୍ଣ କୂଳରେ ସେମାନେ ଲୁଚକାଳି ଖେଳିିଲେ । ନଈକୁଳରେ କ୍ରୀଡ଼ାରତଥିବା ବେଳେ କଂସ ନିିର୍ଦ୍ଧେଶିତ ବସ୍ତାସୁର ରାକ୍ଷସ ଏକ ବାଛୁରୀବେଶରେ ଆସି ଅନ୍ୟ ବାଛୁରୀମାନଙ୍କ ସହ ଠିକ୍ଭାବରେ ମିିଶିଗଲା । କୃଷ୍ଣ ଜାଣିପାରି ବାଛୁରୀରର ଗୋଡ଼ଧରି ଘୁୁରାଇ ଘୁରାଇ ଫିଙ୍ଗିଦେଲେ । ରାକ୍ଷସଟି ମୃତ୍ୟୁବରଣ କଲା । କଂସର ଯୋଜନାନୁଯାୟୀ ବକାସୁର ଏକ ବକବେଶରେ ଆଶିଲା । କୃଷ୍ଣ ତାକୁ ମାରି ମୁକ୍ତିପ୍ରଦାନ କଲେ । ସେହିପରି କାଳିନ୍ଦୀତଟରେ ବାଛୁରୀ ଚରାଉଥିବାବେଲେ ସର୍ପରାକ୍ଷସ ଆଘାସୁର ଗୋପାଳ, ଗାଇଗୋରୁ ଓ କୃଷ୍ଣବଳରାମଙ୍କୁ ମଧ୍ୟ ମୁଖ ବ୍ୟାଦାନ କରି ଗିଳିଦେଲା । ତା’ର ଉଦରସ୍ଥ କୃଷ୍ଣ ନିଜ ଶରୀରକୁ ବିସ୍ତାର କରିବାକୁ ଲାଗିଲେ ଫଳତଃ ରାକ୍ଷସଟି ଶ୍ୱାସରୁଦ୍ଧ ଯନ୍ତ୍ରଣାକ୍ଲିଷ୍ଟ ହୋଇ ଯମାଳୟ ଗମନ କଲା । ଭ୍ରାତୃଦ୍ୱୟଙ୍କ ସହ ଗୋପାଳ  ଓ ଗାଈଗୋରୁ ସମସ୍ତେ ରାକ୍ଷସର ଉଦରରୁ ନିର୍ଗତ ହୋଇ ଆନନ୍ଦରେ ନୃତ୍ୟକଲେ । ସ୍ୱର୍ଗସ୍ଥିତ ଦେବବୃନ୍ଦ କୃତକୃତ୍ୟ ହୋଇ ପୁଷ୍ପବୃଷ୍ଟି କଲେ ।

ଥରେ ବିଶ୍ୱସ୍ରଷ୍ଟା ବ୍ରହ୍ମା ମାୟାବୃତ ହୋଇ କୃଷ୍ଣଙ୍କ ପ୍ରକୃତ ଶକ୍ତି ପରୀକ୍ଷା କରିବାକୁ ଇଚ୍ଛାକଲେ । ସେ ସମସ୍ତ ଗାଈ,ବାଛୁରୀ,ଗୋପଳମାନଙ୍କୁ ମାୟାଦ୍ୱାରା ଉଭେଇଦେଲେ । ବ୍ରହ୍ମାଙ୍କ ଦୁଷ୍ଟତା ଜାଣିପାରି କୃଷ୍ଣ ନିଜକୁ ଦୁଇ ଅଂଶରେ ବିଭକ୍ତ କଲେ । ପ୍ରଥମଅଂଶ ସେ ନିଜେ ଓ ଦ୍ୱିତୀୟ ଅଂଶରେ ସେ ସୃଷ୍ଟିକଲେ ଗାଈ,ବାଛୁରୀ ଓ ଗୋପାଳ ସମସ୍ତଙ୍କୁ । କେହି ତାଙ୍କ ମାୟାର ସୂଚନା ସୁଦ୍ଧା ଜାଣିପାରିଲେ ନାହିଁ । ପୂର୍ବପରି ସେସାନେ ଘରକୁ ଫେରିିଲେ । ସେ ଜଳଭିତରକୁ ଲଂପପ୍ରଦାନ କଲେ । ଜଣେ ସାଧାରଣ ମଣିଷର  ଦୁଃସାହସ ଦେଖି କାଳୀୟ ଶତମସ୍ତକ ବିସ୍ତାର କରି କ୍ରୋଧରେ ଗର୍ଜନ କରି ଉଠିଲା । ସେ କୃଷ୍ଣଙ୍କୁ କୁଣ୍ଡଳୀବଦ୍ଧ କରି ମୂନିଆଁ ଦନ୍ତରେ କାମୁଡ଼ି ତାଙ୍କ ଶରୀରରେ ବିଷ ନିକ୍ଷେପକଲା କୃଷ୍ଣ କାଳୀୟର ମସ୍ତକରେ ଚଢ଼ି ନୃତ୍ୟକରିବାକୁ ଲାଗିଲେ । ପରିଶେଷରେ କାଳୀୟ ନିଜକୁ  କୃଷ୍ଣପାଦପଦ୍ମରେ ଶରଣାପନ୍ନ ହୋଇ ଜୀବନ ଭିିକ୍ଷା କଲା । କୃଷ୍ଣ ତା’ର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ତାକୁ ଏକ ନିରାପଦ ସ୍ଥାନ ଚାଲିଯିବାପାଇଁ ନିିର୍ଦ୍ଧେଶ ଦେଲେ ।

ପ୍ରତିବର୍ଷ ରାଜାନନ୍ଦ ତାଙ୍କୁ ଅନୁଗାମୀମାନଙ୍କ ସହ ଇନ୍ଦ୍ରପୂଜା କରନ୍ତି । କୃଷ୍ଣ ଇନ୍ଦ୍ରଙ୍କୁ ନୁହେଁ ଗିରିଗୋବର୍ଦ୍ଧନକୁ ପୂଜା କରିବାକୁ କହିଲେ, ତାଙ୍କ ଯୁକ୍ତି ହେଲା ବୃଷ୍ଟିରାଜ ଇନ୍ଦ୍ର ବର୍ଷା ନିମିତ୍ତଦାୟୀ ନୁହନ୍ତି । ବରଂ  ଗିରିଗୋବର୍ଦ୍ଧର୍ନଙ୍କ ପାଇଁ ଆମେ ବର୍ଷା ପାଇପାରୁଛୁଁ । ଇନ୍ଦ୍ର କ୍ରୋଧରେ ଅଗ୍ନିଶର୍ମା ହୋଇ ମୂଷଳଧାରାରେ ବର୍ଷା କଲେ ସମଗ୍ର ଅଞ୍ଚଳ ବିଜୁଳି, ଘଡ଼ଘଡ଼ି ଓ ଝଡ଼ରେ ପ୍ରଳୟ ହେବାକୁ ଲାଗିିଲା,ପ୍ରତ୍ୟେକ ପ୍ରାଣବିକଳରେ ଭୟଭୀତ ହେଲେ କିନ୍ତୁ କୃଷ୍ଣ ତିଳେମାତ୍ର ଅପ୍ରକୃତିସ୍ଥ ହେଲେନାହିଁ । ସେ ଗୋବର୍ଦ୍ଧନକୁ ମୂଳୋତ୍ପାଟିତକରି ଟେକି ଧରିଲେ ଓ ଗୋରୁଗାଈସହ ଅନ୍ୟ ସମସ୍ତଙ୍କୁ ପର୍ବତତଳରେ ଆଶ୍ରୟ ନେବାକୁ କହିଲେ । ଇନ୍ଦ୍ର ସପ୍ତଦିବସ ପ୍ରଚଣ୍ଡବୃଷ୍ଟି କରି କିଛି କ୍ଷତିସାଧନ କରିପାରିଲେ ନାହିଁ । ପରିଶେଷରେ ସେ କୃଷ୍ଣଙ୍କ ଶକ୍ତିର ପରିଚୟ ପାଇଁ ଶରଣାପନ୍ନ ହେଲେ । ଦିନ ଗଡ଼ିଚାଲିଲା! ବ୍ରହ୍ମା ଘଟଣାଟି ଉପଲବ୍ଧି କଲେ ସେ ତତ୍କ୍ଷଣାତ୍ ଗାଇ,ବାଛୁରୀ ଗୋପାଳ ସମସ୍ତଙ୍କୁ ଧରି ବୃନ୍ଦାବନରେ ପହଞ୍ôଚଲେ । ସେମାନଙ୍କୁୁ ସମସ୍ତଙ୍କୁ ବୃନ୍ଦାବନରେ ଉପସ୍ଥିତଥିବା ସ୍ୱଚକ୍ଷୁୋର ଦେଖି ହତଚକିତହେଲେ ଏବଂ ଶ୍ରୀକୃଷ୍ଣଙ୍କ ମାୟାଶକ୍ତି  ଉପଲବ୍ଧି ଦେଖି ଶ୍ରୀକୃଷ୍ଣ ତାଙ୍କ ମାୟାକୁୁ ଦୁରକଲେ ଓ ସେ ନିଜେ ନିଜର ପ୍ରକୃତରୂପରେ ଦର୍ଶନ ଦେଲେ । ଭଗବତ୍ଭକ୍ତିବଳରେ ନାରଦ ଏହି ସ୍ୱର୍ଗୀୟ ଦୃଶ୍ୟ ଦେଖିପାରିଲେ,ବ୍ରହ୍ମା ରଥରୁ ଓହ୍ଲାଇ ଭଗବାନ ଶ୍ରୀକୃଷ୍ଣଙ୍କ ପାଦପଦ୍ମରେ ନତମସ୍ତକ ହେଲେ ।

ଥରେ ରାମକୃଷ୍ଣ ଧେନୁକାସୁରର ନିବାସସ୍ଥଳୀ ତାଳବଣରେ ପହଞ୍ôଚଲେ । ବଳରାମ  କିଛିଫଳ ତୋଳୁଥିବାବେଳେ  ଧେନୁକାସୁର ଏକ ଗଧବେଶରେ ଦୃଶ୍ୟମାନ ହେଲେ । ପ୍ରଚଣ୍ଡଶକ୍ତିଶାଳୀ ବଳରାମ ଗଧର ଗୋଡ଼ଧରି ବହୁଦୁରକୁ ଫିଙ୍ଗିଦେଲେ । ରାକ୍ଷସଟି ସ୍ୱକୀୟରୂପରେ ଆସି ବଳରାମଙ୍କୁ ନିଜର ତୀକ୍ଷ୍ଣ ସିଂଘରେ ଆକ୍ରମଣ କଲା । ଅଗ୍ନିସ୍ଫୁଲିଂଗରେ ସମସ୍ତେ ବୁଡ଼ିଗଲେ । ପରିଶେଷରେ ବଳରାମଙ୍କଦ୍ୱାରା ରାକ୍ଷସଟି ନିଧନ ହେଲା । ଅତୀବ ଭୟଙ୍କର ସର୍ପ କାଳୀୟନାଗର ନିବାସସ୍ଥଳୀ ଯମୁନାନଦୀର ସୁଗଭୀର ଜଳଭାଗରେ ଦିନେ ପହଞ୍ôଚଲେ ପ୍ରଭୁ ଶ୍ରୀକୃଷ୍ଣ । ସର୍ପର୍ର ବିଷରେ ବିଭକ୍ତ ହୋଇଥାଏ  ଜଳରାଶି । ଗାଈ, ବାଛୁରୀ ଓ ଗୋପାଳମାନେ ଜଳ ସଂସ୍ପର୍ଶରେ ଆସି ସଂଗେ ସଂଗେ ମୃତ୍ୟୁବରଣ କଲେ । ଶ୍ରୀକୃଷ୍ଣ କାଳୀୟନାଗକୁୁ ସେଠାରୁ ତଡ଼ିଦେଇ ଜଳକୁ ପୁନଶ୍ଚ ପାନଯୋଗ୍ୟ କରିବାକୁ ଚାହିଁଲେ ।  ରାଧା ଓ ଗୋପାଙ୍ଗନା ମାନଙ୍କ ପ୍ରତି କୃଷ୍ଣଙ୍କ ଅକୃତିମ ଗଭୀର ପ୍ରେମ ଥିଲା । ସେମାନେ ସମସ୍ତେ କୃଷ୍ଣଙ୍କୁ ପ୍ରେମିକ ରୂପେ ବରଣକରିବାକୁ ଇଚ୍ଛୁକ ଥିଲେ । ପ୍ରେମିକାମାନଙ୍କ ସଂଖ୍ୟାନୁଯାୟୀ ସେ ନିଜକୁ  ସମାନସଂଖ୍ୟକ କୃଷ୍ଣରୂପରେ ବିଭକ୍ତ କଲେ । ଏହାହିଁ ପ୍ରସିଦ୍ଧ ରାସଳୀଳା କଥିତ । ପ୍ରେମିକଗଣ ପୁଷ୍ପ,ପୁଷ୍ପହାର ଓ ଲୋଭନୀୟ ପୋଷାକ ପରିଚ୍ଛଦରେ ମଣ୍ଡିତକରି ବାହାରି ପଡ଼ିଲେ । ମୂଲ୍ୟବାନ ଅଳଙ୍କାର ମଣ୍ଡିତ ହୋଇ ଅପୂର୍ବ ସୌନ୍ଦର୍ଯ୍ୟରେ ଝଲସି ଉଠିଲେ ସେମାନେ । ପ୍ରଭୁ ଶ୍ରୀକୃଷ୍ଣ ଏହି ଅପସରାମାନଙ୍କ ସହ ସ୍ୱର୍ଗୀୟ ନୃତ୍ୟ କଲେ । ଯୁଗ ଯୁଗ ଧରି କୃଷ୍ଣପ୍ରେମ ଅପେକ୍ଷାମାଣା ଗୋପାଙ୍ଗନାମାନଙ୍କ ସହ ଗଭୀର ପ୍ରେମରେ ନିମଜ୍ଜିତ ହେଲେ ଶ୍ରୀକୃଷ୍ଣ ।

ଥରେ କୃଷ୍ଣ ଓ ବଳରାମ ଏକ ସସର୍ତ୍ତଖେଳରେ ବ୍ୟସ୍ତ ହେଲେ । ବିିଜେତାକୁ ଘୋଡ଼ା ସଦୃଶ ପିଠିରେ ବୋହିବାକୁ ହେବ । ପରାଜିତ ପାଇଁ ଏହା ଏକ ସର୍ତ୍ତ । ରାକ୍ଷସ ପ୍ରଳମ୍ବାସୁର ହଠାତ୍ ଜଣେ ଗୋପାଳ ରୂପରେ ସେଠାରେ ପହଞ୍ôଚଲା । ଭାତୃଦ୍ୱୟଙ୍କୁ କିିଛି ଅଜଣା ରହିଲା ନାହିଁ ।  ଅସୁର  କୃଷ୍ଣବଳରାମଙ୍କୁ ମାରିିବା ପାଇଁ କଂସପ୍ରେରିତ । ବଳରାମ ଗୋପାଳବେଶୀ ପ୍ରଳମ୍ବାସୁୁରକୁ ଖେଳରେ ପରାସ୍ତ କଲେ, ଅସୁର ସଂଗେ ସଂଗେ ବଳରାମଙ୍କୁ ପିଠିରେ ବସାଇ ଚାଲିବାକୁ ଳାଗିଲା । ସେ ନିର୍ଦ୍ଧାରିତ ସୀମାରେ  ନ ଓହ୍ଲାଇ  ଆଗକୁ ବଢ଼ିବାକୁ ଲାଗିଲେ । ବରଂ ସେ ସ୍ୱକୀୟ ରୂପ ଧାରଣକରି ବଳରାମଙ୍କୁ ଧରି ମଥୁରାଭିମୁଖେ ଦୈଡ଼ିଲା । ଅସୁରର ମନ୍ଦଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ିଲା । ବଳରାମ କଳେବର ବୃଦ୍ଧିକରି ତା’ର ମସ୍ତକରେ ମୁଷ୍ଟି ପ୍ରହାର ପୂର୍ବକ ପ୍ରଚଣ୍ଡ ଆଘାତକଲେ । ବିଦୀର୍ଣ୍ଣ ମସ୍ତକ ପ୍ରଳମ୍ବାସୁର ଶେଷ ନିଶ୍ୱାସ ତ୍ୟାଗ କଲା । ପରିଶେଷରେ କଂସ କେଶୀ ରାକ୍ଷସକୁ ଏକ ଘୋଡ଼ା ରୂପରେ କୃଷ୍ଣବଧପାଇଁ ଗୋପକୁୁ ପଠାଇଲେ । କୃଷ୍ଣ ସେହି ଘୋଡ଼ା ସହିତ ଯୁଦ୍ଧକଲେ ଓ ତା’ର ପଛଗୋଡ଼କୁ ଧରି ବହୁଦୁରକୁ ଫୋପାଡ଼ିଦେଲେ । ଗର୍ବୋଦ୍ଧତ କେଶୀ ପରାଭବ ସ୍ୱୀକାର ନ କରି ପୁରର୍ବାର ଯୁଦ୍ଧକରିବାକୁ ଦୌଡ଼ିଲା ଓ ପୁଣି ପରାଜିତ ହେଲା । ଶେଷରେ କୃଷ୍ଣ ନିଜ ହସ୍ତରେ ତା’ର ମୁଖକୁୁ ଉଦରପର୍ଯ୍ୟନ୍ତ ବ୍ୟାଦାନ କରିଦେଲେ । ସ୍ୱର୍ଗୀର‌୍ୟ ଶକ୍ତିବଳରେ କୃଷ୍ଣ ରାକ୍ଷସର ମସ୍ତକର ଆକାର ବୃଦ୍ଧିକରି ଦେବାରୁ ସେ ଶ୍ୱାସରୁଦ୍ଧ ଭଗ୍ନୋଦର ହୋଇ ମୃତ୍ୟୁବରଣ କଲା ।

କୃଷ୍ଣହତ୍ୟା ଉଦ୍ଦିଷ୍ଟ ସମସ୍ତ ଯୋଜନା ବିଫଳ ହେବାରୁ କଂସ ଧନୁଯାତ୍ରାର ଆଶ୍ରୟ ନେଲା । ଜଣକର ଶକ୍ତିର ପ୍ରତିକ ପବିତ୍ରଧନୁର ପ୍ରଦର୍ଶନ ହିଁ ଧନୁଯାତ୍ରା । ଧନୁଯାତ୍ରା ଦର୍ଶନବ୍ୟାଜରେ କୃଷ୍ଣ ବଳରାମ ଓ ଅନ୍ୟସମସ୍ତ ଯାଦବମାନଙ୍କ ନିମନ୍ତ୍ରଣକରି ମହାନ୍ ମଲ୍ଲଯୋଦ୍ଧା ଓ ତାଲିମପ୍ରାପ୍ତ ହସ୍ତୀ ମାନଙ୍କଦ୍ୱାରା ସେମାନଙ୍କୁ ମରାଇବା କଂସାସୁରର ଉଦ୍ଦେସ୍ୟ । କଂସ  ବୁଦ୍ଧିମାନ ମନ୍ତ୍ରୀ ଅକ୍ରୁରଙ୍କୁ କୃଷ୍ଣବଳରାମଙ୍କୁ ମଥୁରା ଆନୟନ ପାଇଁ ପଠାଇଲେ । ରାକ୍ଷସରାଜାଙ୍କ ଏହି ବିଶ୍ୱାସଘାତକ ଯୋଜନାରେ ସାମିଲ ହେବାକୁ ବାଧ୍ୟ ହେଉଥିବାରୁ ମନ୍ତ୍ରୀବର ଖୁସି ନଥିଲେ । ପରନ୍ତୁ କୃଷ୍ଣଙ୍କୁ ସ୍ୱୟଂ ପରମେଶ୍ୱର ବିଷ୍ଣୁଙ୍କ ଅବତାର ରୂପେ କଂସବଧ ପାଇଁ ଅବତୀର୍ଣ୍ଣ ହୋଇଥିବା ଜ୍ଞାତ ହୋଇ ତାଙ୍କୁ ସାକ୍ଷାତ କରିବାକୁ ଆଗ୍ରହୀ ହେଲେ । ପରିଶେଷରେ ସେ କୃଷ୍ଣ ଓ ବଳରାମଙ୍କୁ ମଧୁରା ଆଣିବାକୁ ଗୋପଯିବାକୁ ସମ୍ମତି ପ୍ରକାଶ କଲେ । କାଳିିନ୍ଦୀକୂଳରେ ଭାତୃଦ୍ୱୟ ଭକ୍ତ ଅକ୍ରୁରଙ୍କୁ ସ୍ୱାଗତ ଜଣାଇଲେ । ଅବତାରର ପ୍ରାମାଣିକତା ସଂପର୍କରେ ନିିଜର ସଂନ୍ଦେହ ଦୁରକରିବାକୁ ଅକ୍ରୁର ଇଚ୍ଛାପ୍ରକାଶ କଲେ । କୃଷ୍ଣ ଭକ୍ତହୃଦୟରେ ଅନ୍ତନିର୍ହିତ ବାସନା ଜାଣିପାରିଲେ । ରଥାରୂଢ଼ା ପ୍ରଭୁ ମନ୍ତ୍ରୀ ଅକ୍ରୁରଙ୍କୁ କାଳିନ୍ଦୀଜଳରେ ବୁଡ଼ ପକାଇବାକୁ ଆଦେଶ ଦେଲେ । ନଦୀନୀରଭିତରେ ଅକ୍ରୁର ଦର୍ଶନକଲେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ବିସ୍ମୟାଭିଭୁତ ଭକ୍ତ ଜଳରୁ ବହିିର୍ଗତ ହୋଇ ବିସ୍ଫୋରିତ ନୟନରେ ଦର୍ଶନ କଲେ ପ୍ରଭୁ ରଥାରୂଢ଼ ହୋଇଛନ୍ତି ପୂର୍ବବତ୍ । ବାରମ୍ବାର ଜଳଭିତରେ ଓ ଜଳବାହାରେ ରଥଉପରେ ସର୍ବତ୍ର କୃଷ୍ଣ ଦର୍ଶନ କରିି କୃତକତ୍ୟ ହେଲେ । ଭକ୍ତ ହେଲେ ଦ୍ୱନ୍ଦାତୀତ । ସେ ଉପଲବ୍ଧିକଲେ – ଶ୍ରୀକୃଷ୍ଣ ହିଁ ପଂରବ୍ରହ୍ମଙ୍କ ସାକ୍ଷାତ ଅବତାର । ଗୋପପୁରରେ ଅକ୍ରୁରଙ୍କୁ ସ୍ୱାଗତ କରାଗଲା ନାହିଁ । ନନ୍ଦ ଓ ଯଶୋଦା,ରାଧା,ଗୋପାଙ୍ଗନା,ଗୋପାଳ,ଗୋପାଳ ବାଳକ କେହି ନିମନ୍ତ୍ରଣରେ ଆନନ୍ଦ ପ୍ରକାଶ କଲେନାହିଁ । ଅତି ସର୍ବତ୍ର ଗର୍ହିତମ୍ । ଏହି ଅପରିମିିତ ଆଚରଣ ଭିତରେ ସେମାନେ ଦେଖିପାରିଲେ ଦୁଷ୍ଟକଂସର ଛଳନାପୂର୍ଣ୍ଣ ନାଟକୀୟତା । ସଭିଏଁ ପ୍ରତିରୋଧ କଲେ । କୃଷ୍ଣବଳରାମ ଚାରିଦିନ ପରେ ଫେରିଆସିବାର ପ୍ରତିଶ୍ରୁତି ସହିତ ସାନ୍ତ୍ୱନା ଦେଲେ । ସେମାନେ କଂସର ସମସ୍ତ ଯୋଜନା ବିଫଳ କରି ବିଜୟମଣ୍ଡିତ ହୋଇ ଫେରିି ଆସିିିିିବେ । ପରଦିନ ସକାଶେ କୃଷ୍ଣ ଓ ବଳରାମ ଅକ୍ରୁରଙ୍କ ରଥରେ ରଥାରୂଢ଼ ହେଲେ । ଗୋପାଳ ବାଳକେ ଭ୍ରାତୃଦ୍ୱୟଙ୍କ ସଂଗରେ ଗଲେ । ରାଜା ନନ୍ଦ ଓ ଅନ୍ୟ ବରିଷ୍ଠ ପାରିଷଦ ତଥା ସମ୍ବନ୍ଧୀୟମାନେ ସ୍ୱତନ୍ତ୍ରଭାବରେ ମଥୁରାଭିମୁୁଖେ ଯାତ୍ରାକଲେ । ସମସ୍ତେ ସେଠାରେ ମଧୁବନରେ ବିଶ୍ରାମ କଲେ । 

ମଥୁରା ରାଜମାର୍ଗରେ ବିଚରଣକରୁଥିବାବେଳେ ଏକ ରଜକ କୃଷ୍ଣବଳରାମଙ୍କ ଦୃଷ୍ଟିପଥାରୂଢ଼ ହେଲା । ସେ ମଥୁରା ନରପତିଙ୍କ ରାଜକୀୟ ପୋଷାକପତ୍ର ପରିଷ୍କାର କରି ଜିବୀକାନିର୍ବାହ କରୁଥାଏ । ଲୋକଟି ସଂପୁର୍ଣ୍ଣ ଭାବରେ ଅବାଧ୍ୟ ଓ ମଦମତ୍ତ । କୃଷ୍ଣବଳରାମ ଓ ଅନ୍ୟ ଗୋପାଳ ବାଳକମାନେ ତାକୁ କିଛି ଲୁଗା ମାଗିଲେ । କିନ୍ତୁ ସେ ଦେବାକୁ ମନାକରିବା ସଂଗେ କୃଷ୍ଣଙ୍କୁ କଦର୍ଯ୍ୟ ଭାଷାରେ ଗାଳିଦେଲା । ତେଣୁୁ କୃଷ୍ଣ ସାମୋଦ ରଜକର ପ୍ରାଣ ଶେଷକରିଦେଲେ ଓ ସମସ୍ତେ ରାଜକୀୟ ପୋଷାକପତ୍ର ଧନୁଯାତ୍ରା ମହୋତ୍ସବ ଉଦ୍ଦେଶ୍ୟରେ ବ୍ୟବହାର କଲେ । ସେମାନେ ମଧ୍ୟ ରାଜମାର୍ଗରେ ରାଜାଙ୍କ ମାଳୀ ସୁୁଦାମା ଓ କୁୁଜପୃଷ୍ଠ କୁବ୍ଜାକୁ ଭେଟିଲେ । ସୁଦାମା ଭାତୃଦ୍ୱୟଙ୍କୁ ନତମସ୍ତକ ହୋଇ ପୁଷ୍ପ ଅର୍ପର୍ଣ କଲା । ସେ କୃଷ୍ଣ ବଳରାମଙ୍କୁ ସୁଗନ୍ଧ ପୁଷ୍ପହାର ପିିନ୍ଧାଇ ପାଦସ୍ପର୍ଶପୂର୍ବକ ପ୍ରଣାମ ଜଣାଇଲା । ସେହିପରି କୁବୁଜା ମଧ୍ୟ ପ୍ରେମ ଓ ଭକ୍ତିପୂର୍ଣ୍ଣ ଭାବରେ ଭାତୃଦ୍ୱୟଙ୍କୁ ଚନ୍ଦନ ଚର୍ଚ୍ଛିତ କରି ସୁନ୍ଦର ଭାବରେ ସଜାଇଦେଲା । କୃଷ୍ଣ ତା’ର ଚିବୁକଧାରଣ ପୂର୍ବକ ଉଠାଇଲେ ଓ ତା’ର ସମଗ୍ର ଶରୀରକୁ ସଶକ୍ତୀକରଣ କଲେ । ଆଖିପିଛୁଳାକେ କୁବୁଜା ଏକ ସୁନ୍ଦରୀ  ଅପସରା ସଦୃଶ ପରିବର୍ତ୍ତିତ ହେଲା । ସେମାନେ ସଭିଏଁ କଂସଙ୍କ ଧନୁଯାତ୍ରା ଭିତରକୁ ଚାଲିଲେ । ସ୍ୱର୍ଗୀର୍ର‌୍ୟ ଧନୁ ସ୍ଥାପିତ ହୋଇଥିବା ଧନୁମଣ୍ଡପକୁ ଚଢ଼ିଲେ ପ୍ରଭୁ ଶ୍ରୀକୃଷ୍ଣ । ଏହା ଏକ ସର୍ବୋତ୍ତମ ବିଶାଳ ଧନୁ । ଇନ୍ଦ୍ରଧନୁ ତୁଲ୍ୟ ସୁନ୍ଦର ଓ ମହାନ । ପାଞ୍ଚହଜାର ବ୍ୟକ୍ତି ଏହାକୁ ଘୋଷାରି ଘୋଷାରି ମଣ୍ଡପକୁ ଆଣିପାରନ୍ତି । ପୂର୍ବେ ଭଗବାନ୍ ଶିବ ଏହାକୁ ପର୍ଶୁରାମଙ୍କୁ ଦେଇଥିଲେ । ପରେ ପର୍ଶୁରାମ ଯଦୁରାଜାଙ୍କୁ ପ୍ରଦାନ କରିଥିଲେ । ଏହାପରେ ଧନୁଟି ଆଉ ବ୍ୟବହୃତ ହୋଇନାହିଁ । କୃଷ୍ଣଙ୍କୁ ଏହା ଏକ କୁଣ୍ଡଳୀକୃତ ସର୍ପ ପରି ଦୃଶ୍ୟମାନ ହେଲା ମଥୁରାନରନାରୀଙ୍କ ସମ୍ପୁଖରେ କୃଷ୍ଣ ସ୍ୱକୀୟ ହସ୍ତଦ୍ୱୟରେ ଧନୁଟିକୁ ଉଠାଇ ହସ୍ତୀ  ଆଖୁଖଣ୍ଡକୁ ଭାଙ୍ଗିଲାପରି ଆତି ସହଜରେ ଧନୁଟିକୁ ଭାଙ୍ଗିଦେଲେ । ସଂଗେ ସଂଗେ ବଜ୍ରଘୋଷରେ ସମଗ୍ରବିଶ୍ୱ ନିନାଦିତ ହୋଇ ଉଠିଲା । ସିଂହାସନାସୀନ କଂସକୁ ଅନୁଭୂତ ହେଲା ସତେ ଯେପରି ହୃଦ୍କଂପରେ ତା’ର ପ୍ରାଣବାୟୁ ଉଡ଼ିଯାଉଛି । ତତ୍କ୍ଷଣାତ୍ କଂସ ମଲ୍ଳଯୋଦ୍ଧା ତାଲିମପ୍ରାପ୍ତ ହସ୍ତିମାନଙ୍କୁ ଆଦେଶ ଦେଲେ । ଅତୀବ ଭୟଙ୍କର ସଂଗ୍ରାମ ଦର୍ଶକ ପ୍ରାଣରେ ହୃଦ୍ସ୍ପନ୍ଦନ ସୃଷ୍ଟିକଲା । ମାହୁନ୍ତ କୁବଳୟାପୀଠ ହସ୍ତୀକୁ କୃଷ୍ଣଙ୍କୁ ନିହତ କରିବାପାଇଁ ଆଦେଶ ଦେଲା । କୃଷ୍ଣ ହସ୍ତୀକୁ ଶୁଣ୍ଢରେ ଧରି ଆଗ୍ରଜ ବଳରାମଙ୍କ ସହ ଶୂନ୍ୟରେ ଘୁରାଇ ଘୁରାଇ ଭୂପୃଷ୍ଠରେ ଫିଙ୍ଗିଦେଲେ । ହସ୍ତୀର ଜୀବନଦୀପ ଲିଭିଗଲା । ସପ୍ତରଥି ଏକପରେ ଏକ ଭ୍ରାତୃଦ୍ୱୟଙ୍କୁ ଆକ୍ରମଣ କଲେ କିିନ୍ତୁ ଗୋଟିଏ ସୁଦ୍ଧା ବର୍ତ୍ତିପାରିଲେ ନାହିଁ । ତା’ପରେ ଚାଣୁର ଓ ମୁଷ୍ଟିକ ମଲ୍ଳଯୋଦ୍ଧାଦ୍ୱୟ ଜଣେ ପରେ ଜଣେ ଲଢ଼ିବାକ ଆସିଲେ । ପରିଶେଷରେ ମଲ୍ଲଦ୍ୱୟ ପରାଭୂତହୋଇ ମୃତ୍ୟୁଲାଭ କଲେ । ବର୍ତ୍ତମାନ କଂସ ସମ୍ମୁଖ ଭାଗରେ ନିଜର ପ୍ରତ୍ୟାଶିତ ହତ୍ୟାକାରୀକୁ ଦେଖିପାରିଲେ । ସେ ନିିଜର ଖଡ଼ଗୋତ୍ତୋଳନ କରି କୃଷ୍ଣଙ୍କ ଉପରେ ପ୍ରହାର କଲା କିନ୍ତୁ ସେ କୃଷ୍ଣଙ୍କୁ ଆଘାତ କରିପାରିିଲା ନାହିଁ । କୃଷ୍ଣ କଂସର ମୁକୁଳାକେଶ ଧରି ମଣ୍ଡପରୁ ମଲ୍ଲଯୁଦ୍ଧ ପ୍ରାନ୍ତରକୁ ଫିଙ୍ଗିଦେଲେ । କିଛି ସମୟ ଉଭୟଙ୍କ ଭିତରେ ଯୁଦ୍ଧଚାଲିଲା । ପରିଶେଷରେ କଂସ ପରାଜିତ ହେଲା ଓ କୃଷ୍ଣହସ୍ତରେ ମୃତ୍ୟୁବରଣ କଲା । କୃଷ୍ଣ ସଂଗେ ସଂଗେ ବନ୍ଦୀଶାଳାକୁ ଯାଇ ବସୁୁଦେବ ଦେବକୀ ପିତାମାତାଙ୍କୁ  ବନ୍ଦୀମୁକ୍ତ  କଲେ ଓ ପିତାମହ ଉଗ୍ରସେନଙ୍କୁ ରାଜପଦବୀରେ ଅଭିଷିକ୍ତ କଲେ । ଏପରିଭାବରେ କୃଷ୍ଣଙ୍କ ବାଲ୍ୟଜୀବନ ଘଟଣାବହୁଳ । ଯୌବନରେ ସେ ଥିଲେ ସମଗ୍ର ଆର୍ଯ୍ୟବର୍ତ୍ତ ଅନ୍ୟ ଅର୍ଥରେ ଭାରତର ଶାସନତନ୍ତ୍ରରେ କେନ୍ଦ୍ର । ମହାଭାରତ ମହାସଂଗ୍ରାମର ମଧ୍ୟ ସେ ମୁଖ୍ୟନାୟକ । ଧରାଧାମରୁ ବିଦାୟନେବା ପର୍ଯ୍ୟନ୍ତ ତାଙ୍କ ଚତୁଃର୍ଦ୍ଦିଗରେ ଘଟୁଥିବା ଘଟଣାବଳୀ ତାଙ୍କଦ୍ୱାରା ମୁଖ୍ୟତଃ ପ୍ରଭାବିତ ଓ ନିୟନ୍ତ୍ରିତ କହିଲେ ଅତ୍ୟୁକ୍ତି ହେବ ନାହିଁ ।