ବରଗଡ଼ ଧନୁଯାତ୍ରା ବିଷୟରେ !

ସମଗ୍ର ଓଡ଼ିଶାରେ ଏକ ମହାନ ଗଣୋତ୍ସବ ରୂପେ ପ୍ରସିଦ୍ଧି ଲାଭ କରିଥିବା ବରଗଡ଼ର ଧନୁଯାତ୍ରା ଭଗବାନ ଶ୍ରୀକୃଷ୍ଣଙ୍କର ମହନୀୟ କାର୍ଯ୍ୟକଳାପ ଉପରେ ଆଧାରିତ । ସର୍ବଶକ୍ତିମାନ ପରମେଶ୍ୱର ଦୁଷ୍ଟଦଳନ ଓ ସନ୍ଥପାଳନ ନିମିତ୍ତ ଧରାବତରଣ କରିଥାନ୍ତି । ପୃଥିବୀରେ ପ୍ରତ୍ୟେକ ଧର୍ମାନୁଯାୟୀ ପରମେଶ୍ୱର ଏକ ମହାନ ଉଦ୍ଦେଶ୍ୟରେ ଯୁଗ ଯୁଗ ଧରି ଧରାଧାମରେ ନିଜେ ପ୍ରକଟିତ ହୋଇ ଆସୁଛନ୍ତି । ପରମେଶ୍ୱରଙ୍କ ସାକ୍ଷାତ ଅବତାର ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ନିଷ୍ଠୁର ରାଜା କଂସ ତଥା ଅନ୍ୟାୟୀ କୌରବମାନଙ୍କୁ ଧ୍ୱଂସ କରିବା ପାଇଁ ଆର୍ଯ୍ୟବର୍ତ୍ତରେ ଅବତୀର୍ଣ୍ଣ ହୋଇଥିଲେ । ସଂଗୀତ,କଳା,ସାହିତ୍ୟ ତଥା ପୁରାଣ ଗୁଡ଼ିକରେ ଭଗବାନ ଶ୍ରୀକୃଷ୍ଣଙ୍କ ମହନୀୟ କିର୍ତ୍ତୀ ଆଧାରୀଭୂତ ପରିଦୃଷ୍ଟ ହୋଇଥାଏ । ବାସ୍ତବରେ ଭଗବାନ ଶ୍ରୀକୃଷ୍ଣ ଆମ୍ଭମାନଙ୍କ ଜୀବନ,ସଂସ୍କୃତି ତଥା ସଭ୍ୟତାର ଏକ ଅପରିହାର୍ଯ୍ୟ ଅଂଗ ଆମ ଜନଜୀବନର ମୂଲ୍ୟବୋଧ, ଦର୍ଶନ ଓ ଧର୍ମ ପ୍ରସଂଗରେ ଏକମାତ୍ର ସେ ହିଁ କେନ୍ଦ୍ର ବିନ୍ଦୁ ରୁପେ ଅବସ୍ଥାପିତ ହୋଇଥାନ୍ତି ।

            ଓଡ଼ିଶାର  ତିରିଶ ଗୋଟି ଜିଲ୍ଲା  ଭିତରୁ ଅନ୍ୟତମ ରାଜ୍ୟର ପଶ୍ଚିମ ସୀମାବର୍ତ୍ତୀ ବରଗଡ଼,୨୦୦-୨୦୧-୦  ଉତ୍ତର ଅକ୍ଷାଂଶ ଓ ୮୩-୩-୧୫ ପୂୂର୍ବ ଦ୍ରାଘିମା  ଭିତରେ ଅବସ୍ଥିତ । ସମଗ୍ର ଜିଲ୍ଲାଟି ପୂଣ୍ୟତୋୟା ମହାନଦୀରେ ଦକ୍ଷିଣରେ ଏବଂ ଏହାର ସଦର ମହକୁମା ବରଗଡ଼ ରାଜ୍ୟର ରାଜଧାନୀ ଭୁବନେଶ୍ୱରରୁ ପଥରେ ୩୩୦ କି.ମି  ଦୁରରେ ଅବସ୍ଥିତ ।   ଏହାର କ୍ଷେତ୍ରଫଳ ୫୮୩୪ କି.ମି  ଜନସଂଖ୍ୟା  ୧୩,୪୫,୬୦୧ (୨୦୦୧ଜନଗଣନା) । ପ୍ରସିଦ୍ଧ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶସ୍ଥିତ  ପବିତ୍ର  ନୃସିଂହନାଥ ମନ୍ଦିର, ପପଙ୍ଗାପର୍ବତ,ମହାନ ସ୍ୱାଧିନତାସଂଗ୍ରାମୀ ବୀରସୁରେନ୍ଦ୍ର ରାଏଙ୍କ ଇଂରେଜଶାସନ ବିରୁଦ୍ଧରେ ଲଢ଼େଇ କରୁଥିବା ସଂଗ୍ରାମ ଭୁମି ରୂପେ ପ୍ରସିଦ୍ଧ ବାରପାହାଡ଼ ପର୍ବର୍ତଶ୍ରେଣୀ, ସମ୍ବଲପୁରୀ ବସ୍ତ୍ରାଳୟ ଓ ପୃଥିବୀପ୍ରସିଦ୍ଧ ଧନୁଯାତ୍ରା ଇତ୍ୟାଦି ଜିଲ୍ଲାଟିର ଗରିବାମୟ ସୁଖ୍ୟାତିର ନିଦର୍ଶନ । ପଶ୍ଚିମ ଓଡ଼ିଶାର ଧନୁଯାତ୍ରା ପ୍ରାୟତଃ ଦେବକୀବାସୁଦେବଙ୍କ ବିବାହରୁ ଆରମ୍ଭକରି କଂସବଧ ପର୍ଯ୍ୟନ୍ତ ଘଟଣାବଳୀ ସମ୍ବନ୍ଧିତ । ଅବଶ୍ୟ ବରଗଡ଼ ଧନୁଯାତ୍ରା ସର୍ବପ୍ରାଚୀନ ଓ ପ୍ରସିଦ୍ଧତମ ପରିଗଣିତ ହୁୁଏ । ଧନୁ ଅର୍ଥାନ୍ତରରେ ପୋଷ ମାସର ଶୁକ୍ଳପକ୍ଷ ପଞ୍ଚମୀଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଏଗାର ଦିନ ଏହି ମହାନ ପର୍ବ ପ୍ରତିବର୍ଷ ମହାସମାରୋହରେ ପାଳିତ ହୋଇଥାଏ । ଏହି ସମୟରେ ଜିରାନଦୀ ଯମୁନା ଓ ପୂର୍ବପଶ୍ଚିମ ଦିଗରେ ଅବସ୍ଥିତ । ବରଗଡ଼ ଓ ଅମ୍ବାପାଲି ମଥୁରା ଓ ଗୋପପୁର ରୂପେ ପରିକଳ୍ପିତ ହୁଅନ୍ତି । ଏଗାର ଦିନ ବ୍ୟାପୀ ମହୋତ୍ସବରେ ସମଗ୍ର ମଥୁରା ନଗର ମହାରାଜ କଂସଙ୍କ ବିରାଟ ମଞ୍ଚରୂପେ ରୂପାନ୍ତରିତ ହୁଏ । ଅବଶ୍ୟ ମୃତୁୁ୍ୟ ସହ ତାଙ୍କ ଅନ୍ୟ ସମସ୍ତ ଘଟଣାବଳୀ ଯଥାକ୍ରମେ ୧୪ ଓ ୪ ଟି ମୁଖ୍ୟ ସ୍ଥାନରେ ପ୍ରଦର୍ଶିତ ହୋଇଥାଏ । ୧୯୪୮ ମସିହାରେ ଆରମ୍ଭ ହୋଇ ଏହା ପ୍ରତିବର୍ଷ ପାଳିତ ହୋଇ ଆସୁଅଛି । ଅନ୍ତର୍ନିହିତ ତାତ୍ପର୍ଯ୍ୟକୁ ଆଧାରକରି ମହୋତ୍ସବଟି  ସ୍ୱାଧିନତା ସଂଗ୍ରାମ ସହ ଜଡ଼ିତ ଥିବାର ଗ୍ରହଣ କରାଯାଏ  । ଉତ୍ସବରେ ଔଦ୍ଦିତ୍ୟ ଓ ଦୁଷ୍ଟତାର ବିନାଶ ଓ ସତ୍ୟ, ନ୍ୟାୟ  ତଥା ଧର୍ମର ପ୍ରତିଷ୍ଠା ସୂଚିତ ହୋଇଥାଏ । ଏହି ପୌରାଣିକ କଥାବସ୍ତୁର ପ୍ରଦର୍ଶନ ପାଇଁ ଏକାଧିକ ମଞ୍ଚର ବ୍ୟବହାର  ଏବଂ ଏକ ବିଶାଳ ଅଞ୍ଚଳର ଅଗଣିତ ଜନତାର ଅନ୍ତର୍ଭୁକ୍ତି ଉତ୍ସବର ପ୍ରସିଦ୍ଧିକୁ ଦ୍ୱିଗୁଣିତ କରିଥାଏ । ସମଗ୍ର ପୃଥିବୀର ଏହା ଏକ ବିଶାଳ ମୁୁକ୍ତାକାଶ ରଙ୍ଗମଞ୍ଚ ରୂପେ ସର୍ବଜନ ବିଦିତ । 

କଂସ ମହାରାଜଙ୍କ ବିଷୟରେ

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା କୁ ଆପଣ ମାନଙ୍କୁ ସ୍ୱାଗତମ

ତା - ୧୫.୦୧.୨୦୨୪ ରୁ ତା - ୨୫.୦୧.୨୦୨୪

ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ

               ପଶ୍ଚିମ ଓଡିଶାର ବରଗଡ (ଜିଲ୍ଲା ସଦର- ମହକୁମା) ଭାରତର ସାଂସ୍କୃତିକ ମାନଚିତ୍ରରେ  ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥାଏ  I ପ୍ରତିବର୍ଷ ପୌଷ ଶୁକ୍ଳ ପଞ୍ଚମୀ ତିଥିରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ବିରାଟ ଧନୁଯାତ୍ରା ମହୋତ୍ସବ  ଏହି ବିକାଶୋନ୍ମୁଖୀ ସହରକୁ ଏକ ଭିନ୍ନ ପରିଚୟ ଦେଇଥାଏ I ବିଶ୍ୱର  ବୃହତ୍ତ ଖୋଲା ରଂଗମଞ୍ଚ ଭାବରେ ଆଦୃତ ଏହି ଯାତ୍ରା ସାଧାରଣତଃ ଇଂରାଜୀ କ୍ୟାଲେଣ୍ତର୍ ର ଡିସେମ୍ବର-ଜାନୁୟାରୀ ମାସ ମଧ୍ୟରେ ଅନୁଷ୍ଠିତ ହୋଇଥାଏ I ଭାରତର ଅନ୍ୟ କୌଣସି ସ୍ଥାନରେ କ୍ୱଚିତ୍  ଏପରି ଏକ ବିଶାଳ ମହୋତ୍ସବ ପାଳିତ ହେଉଥିବାର ଦେଖାଯାଏ I ଏହି ମହୋତ୍ସବ  ପାଳନର ସ୍ଥାନ ଓ ଅବଧି ନିଶ୍ଚିତ ଭାବରେ ଅତୁଳନୀୟ ଅଟେ I 

ଶ୍ରୀ ଆଦିତ୍ୟ ଗୋୟଲ, ଭା.ପ୍ର.ସେ

ପ୍ରାୟ  ତିରିଶ କିଲୋମିଟର ପରିସୀମା ମଧ୍ୟରେ ଦୀର୍ଘ ଏଗାର ଦିନ ବ୍ୟାପୀ ପାଳିତ ହେଉଥିବା ଏହି ଉତ୍ସବରେ ସମଗ୍ର ବରଗଡ ସହର ସମେତ ନିକଟସ୍ଥ ଅମ୍ବାପାଲି ଗ୍ରାମ ଦୁଇଟି ପୌରାଣିକ ସହର ମଥୁରା ଓ ଗୋପପୁରରେ  ରୂପାନ୍ତରିତ ହୋଇଯାଇଥାନ୍ତି I ଏହି ଉତ୍ସବ ଜନସମୂହର ଭାବପ୍ରବଣତା ଓ ଭକ୍ତିଭାବର  ଅପୂର୍ବ ସଙ୍ଗମର ନିଦର୍ଶନ ଅଟେ I  ‘ଧନୁ’ ଉପରେ ପର୍ଯ୍ୟବସିତ ଥିବାରୁ ଏହି ଉତ୍ସବ ଧନୁଯାତ୍ରା ନାମରେ ଅଭିହିତ I ଧନୁ କେବଳ ଯୋଦ୍ଧାର ଅସ୍ତ୍ର ମାତ୍ର ନୁହେଁ ଏହା ବୀର ପୁରୁଷର ଶୌର୍ଯ୍ୟକୁ ମଧ୍ୟ ସୂଚିତ କରିଥାଏ I

ଅଧିକ ଦେଖନ୍ତୁ