ବରଗଡ ଜିଲ୍ଲାମୁଖ୍ୟାଳୟଠାରୁ ୧୧୦ କି.ମି. ଦୂରରେ ଅବସ୍ଥିତ ନୃସିଂହନାଥ ହେଉଛି ପଶ୍ଚିମ ଓଡିଶାର ଏକ ଅଦ୍ୱିତୀୟ ପର୍ଯ୍ୟଟନ କ୍ଷେତ୍ର । ପଞ୍ଚଦଶ ଶତାଦ୍ଧୀରେ ନିର୍ମିତ ଏହି ମନ୍ଦିର ସମଗ୍ର ଓଡିଶାର ଏକ ମନମୁଗ୍ଧ କର ପର୍ଯ୍ୟଟନ କ୍ଷେତ୍ର । ଏହା ପାପହରଣ ଝରଣା ନାମରେ ମଧ୍ୟ ପରିଚିତ । ଆୟୁର୍ବେଦ ବନୌଷଧି ତଥା ଏକାଧିକ ଜଳପ୍ରପାତର ସମାହାରରେ ଏହା ନିଜର ମୌଳିକତା ଅକ୍ଷୂର୍ଣ୍ଣ ରଖିଛି । ଏଠାରେ ଭଗବାନ ନୃସିଂହବିରାଡି ର ମସ୍ତକ ଏବଂ ସିଂହର ଶରୀର ଧାରଣକରି ପୂଜା ପାଇ ଆସୁଛନ୍ତି । ଏଠାରେ ଅନିଷ୍ଠିତ ହେଉଥିବା ନୃସିଂହଚତୁର୍ଦ୍ଧଶା ବା ବୈଶାଖମେଳା,ଏପ୍ରିଲ-ମଇମାସରେ ଅନୁଷ୍ଠିତହୁଏ ।